କର୍ପୋରେଟ

ନବୀକରଣର ଯାତ୍ରା

ନବୀକରଣର ଯାତ୍ରା

ଉପଭୋକ୍ତା-କୈନ୍ଦ୍ରିକ ଏବଂ ଲକ୍ଷ୍ୟ ପୂର୍ଣ୍ଣ ପଦକ୍ଷେପ ଦ୍ୱାରା କେବଳ ଏକବର୍ଷ କାର୍ଯ୍ୟକାରିତା ମଧ୍ୟରେ ଟିପିଡବ୍ଲୁଓଡିଏଲ୍ ଅନୁରୂପ ବ୍ୟବସାୟିକ ଟର୍ଣ୍ଣଆରାଉଣ୍ଡ/ଆଖିଦୃଶିଆ ବ୍ୟବସାୟିକ ସଫଳତା ହାସଲ କରିଛି।ଅନୁଷ୍ଠାନମାନଙ୍କରେ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଧାନ୍ୟ,ଗ୍ରାହକ ସେବାଯୋଗାଣ କ୍ଷେତ୍ରରେ ବିହୀତ ପଦକ୍ଷେପ ତଥା ଟେକ୍ନିକାଲ୍ ଅପଗ୍ରେଡେସନ-ଓଡିଶାର ବିତରଣ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଆଗାମୀ ଦିନର ପରବର୍ତ୍ତୀ ପର୍ଯ୍ୟାୟର ପରିବର୍ଦ୍ଧିଶୀଳ ପ୍ରତିଷ୍ଠା ନିମନ୍ତେ ନବୀକରଣଯୁକ୍ତ ପରିବେଶ ଏବଂ ପ୍ରୟୋଜନୀୟ ପଦକ୍ଷେପର ଆବଶ୍ୟକତା ରହିଛି। ଏଥିନିମନ୍ତେ ସଂସ୍ଥା ପର୍ଯାୟର ଟି&ଡି କ୍ଲଷ୍ଟର୍ ଇନୋଭେସନ୍ କାଉନସିଲ ଯାହା ଏକ ଆନୁଷ୍ଠାନିକ ପର୍ଯ୍ୟାୟର ଇନୋଭେସନ୍ କାଉନସିଲ, ପ୍ରତିଷ୍ଠା କରାଯାଇଛି।

ଇନୋଭେସନ୍ କାଉନସିଲ ଜରିଆରେ ବିଭିନ୍ନ ଶ୍ରେଣୀ/ବିଭାଗ/ଡିପାର୍ଟମେଣ୍ଟରୁ କର୍ମଚାରୀମାନଙ୍କ ମିଳିତ ସହଯୋଗରେ ନୂତନ ଏବଂ ଅନନ୍ୟ ପ୍ରଡକ୍ଚ,ପ୍ରୋସେସ୍, ବିଜିନେସ୍ ମଡେଲ ତଥା ସେବାଗୁଡିକୁ ଆନୁଷ୍ଠାନିକ କରାଯାଉଛି।

ଇନୋଭେସନ୍ କାଉନସିଲର ମୁଖ୍ୟ ଲକ୍ଷ୍ୟ, “ ନବୀକରଣ ଜରିଆରେ ଏଟି&ସିର ଦ୍ରୁଷ୍ଟାନ୍ତମୂଳକଭାବେ କ୍ଷତିହ୍ରାସ ଏବଂ ଡିଜିଟାଲ ନବୀକରଣ ଯୋଗେ ଆନୁଷ୍ଠାନିକ ରୂପାନ୍ତରଣ।”

ଭବିଷ୍ୟମୁଖୀ ଚୂଡାନ୍ତଗୁଡିକୁ ଅନୁଶୀଳନ କରି ଓଡିଶାରେ ସଫଳ ବ୍ୟବସାୟ ପାଇଁ ନିମ୍ନଲିଖିତ ଥିମ୍/ବିଶିଷ୍ଟତା ଭିତ୍ତିକ ତଥ୍ୟ ଯାହା ଇନୋଭେସନ୍ କାଉନସିଲ ସହ ପର୍ଯ୍ୟାଲୋଚନା ଦ୍ୱାରା ବିବିଧ ଆଇଡିଆ, ଷ୍ଟ୍ରାଟେଜି ତଥା ପ୍ରୋଜେକ୍ଟ ବିକାଶ କରାଯାଉଛି।

  • ମିଟର ରିଡିଂ, ବିଲିଂ, କଲେକ୍ସନ/ଆଦାୟ ଗ୍ରାମାଞ୍ଚଳ
  • ବିଶ୍ୱସନୀୟ ନେଟୱର୍କ ଇନଫ୍ରାଷ୍ଟ୍ରକଚର୍
  • କଷ୍ଟ୍ ଅପ୍ଟିମାଇଜେସନ୍/ ଦେୟ ଅନୁକୂଳତା
  • ଟେକ୍ନୋଲୋଜି ସଲ୍ୟୁସନ୍

ଟିପିଡବ୍ଲୁଓଡିଏଲ୍ ଇନୋଭେସନ୍ କାଉନସିଲର ମୁଖ୍ୟ ନବୀକରଣ ପ୍ରୋଜେକ୍ଟ,ଟି&ଡି କ୍ଲଷ୍ଟର କାଉନସିଲର ତତ୍ୱାବଧାନରେ ମନିଟର/ତଦାରଖ ଏବଂ ମୂଲ୍ୟାଙ୍କନ/ଇଭାଲ୍ୟୁଏଟ୍ କରାଯାଏ।

ଟିପିଡବ୍ଲୁଓଡିଏଲ୍ ଇନୋଭେସନ୍ କାଉନସିଲ ବ୍ୟତୀତ ଫଂକ୍ସନାଲ୍ ଇନୋଭେସନ୍ କାଉନସିଲ ଦ୍ୱାରା କମର୍ସିଆଲ/ ବ୍ୟବସାୟିକ, ଅପରେସନାଲ୍/ତର୍ଜମା,ପ୍ରୋଯେକ୍ଟ ଫଂକ୍ସନ୍ କାର୍ଯ୍ୟକାରୀ ହୋଇଥାଏ। ପଂକ୍ସନାଲ୍ ଇନୋଭେସନ୍ କାଉନସିଲ ସୃଷ୍ଟି ହେଉଥିବା ଫଂକ୍ସନାଲ୍ ଚ୍ୟାଲେଞ୍ଜଗୁଡିକୁ/ବ୍ୟତିକ୍ରମ ତନଖି କରି ତଦନୁଯାଇ କଷ୍ଟ୍ ହ୍ରାସ ସେଫ୍ଟି ସୁପ୍ରିମାସି, ବିଶ୍ୱସନୀୟତା/ରିଲାଏବିଲିଟି, ମିଟର ରିଡିଂ, ବିଲିଂ, କଲେକସନ୍/ଆଦାୟ କ୍ଷେତ୍ରରେ ଗ୍ରାମାଞ୍ଚଳରେ ନୂତନ ଆଇଡିଆକୁ ଆହ୍ବାନ ଦେଇଥାଏ। ଦ୍ୱିମାସିକ ଭିତ୍ତିରେ ଇନୋଭେସନ୍ ମୂଳ କମିଟି ସଭ୍ୟ/ମେମ୍ବର ମାନଙ୍କ ଦ୍ୱାରା ଫଂକ୍ସନାଲ୍ ଇନୋଭେସନ୍ କାଉନସିଲର ତର୍ଜମା କରାଯାଇଥାଏ।

ଏକ ନବୀକରଣ ଯୁଗର ସ୍ୱାଗତ ନିମନ୍ତେ ଟିପିଡବ୍ଲୁଓଡିଏଲ୍ ଅନୁଷ୍ଠାନର ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନେଇ ‘ଇନୋଭେସନ୍ କାଉନସିଲ୍’ ଗଠନ କରାଯାଇଛି। ଏହି କର୍ମଚାରୀମାନେ ନିଜର ବିହୀତ କାର୍ଯ୍ୟ କରିବା ସହିତ ସମସ୍ତ ଇନୋଭେଟିଭ୍ ପ୍ରୋଯେକ୍ଟରେ ଅଂଶଗ୍ରହଣ କରିଥାନ୍ତି। କୌଣସି ସମସ୍ୟାର ଆଶୁ ସମାଧାନ ନିମନ୍ତେ କୌଣସି କର୍ମଚାରୀଙ୍କ ଉପସ୍ଥିତ ନିଜସ୍ୱ ସୁକୁଶଳତା ପ୍ରୟୋଗ ନିମନ୍ତେ ଅନୁଷ୍ଠାନ ସହଯୋଗ କରିଥାଏ ଯାହାକି ଇନୋଭେସନ୍ ମୂଳ ର ସଫଳତା କୁହାଯାଇପାରିବ।

ନବୀକରଣର ଏହି ଯାତ୍ରାରେ ଅଂଶଗ୍ରହଣ କରିବା ନିମନ୍ତେ ଇନୋଭେସନ୍ କାଉନସିଲ୍ ନିମ୍ନୋକ୍ତ ଆଧାରଗୁଡିକୁ ନେଇ ସଂଗଠିତ।

  • ଅବିଶ୍ୱସନୀୟ ଚିନ୍ତାଧାରାର ମାହାତ୍ମ୍ୟ ତଥା ସମସ୍ତ ଚିନ୍ତାଧାରା ଭିନ୍ନ ଏବଂ ସ୍ୱାଗତ ପରିକଳ୍ପନାର ବାହାର ଇଲାକାର କୌଣସି ବି ଆଇଡିଆକୁ ଆପଣେଇବା।
  • ସୁସଂପର୍କ ଏବଂ ସହଯୋଗିତା ମାଧ୍ୟମରେ ଅନୁଷ୍ଠାନକୁ ଅଗ୍ରସର କରାଇବା।
  • ଅନୁଷ୍ଠାନର ଉନ୍ନତି ଏବଂ ଆସୁଥିବା ଚାଲେଞ୍ଜସବୁର ମୁକାବିଲା ପାଇଁ ଆବଶ୍ୟକୀୟ ସମାଧାନର ରାସ୍ତା ବନେଇବା।

ଏହି ଚିନ୍ତାଧାରାକୁ ନେଇ ଟିପିଡବ୍ଲୁଓଡିଏଲ୍ ର ଆରମ୍ଭ ହୋଇଥିବା ନବୀକରଣ ଯାତ୍ରା ନିମ୍ନୋକ୍ତ ଥିମ୍ / ବିଶିଷ୍ଟତା ଭିତ୍ତିକ।

  • ସେଫ୍ଟି ସୁପ୍ରିମାସି
  • ଏମବିସି ଇନ୍ ରୁରାଲ୍ ଏରିଆ
  • ବିଶ୍ୱସନୀୟ ନେଟୱର୍କ ଇନଫ୍ରାଷ୍ଟ୍ରକଚର୍
  • ଗ୍ରାହକ ସେବା କେନ୍ଦ୍ର/ କଷ୍ଟମର୍ ସର୍ଭିସ୍ ସେଣ୍ଟର
  • ଟେକ୍ନୋଲୋଜି ସଲ୍ୟୁସନ୍
  • ଏମ୍ପଲଇ କେୟାର

ଇନୋଭେସନ୍ କାଉନସିଲ୍ ଗଠିତ ଏକ ନେଟୱର୍କ ଜରିଆରେ ସମସ୍ତ ଇନୋଭେସନ୍ ପ୍ରୋଯେକ୍ଚଗୁଡିକ ପ୍ରଚାରପ୍ରସାର କରାଯାଇ ଇନୋଭେସନ୍ ପ୍ରମୋସନ ଇକୋସିଷ୍ଟମ୍ ଅଭିମୁଖୀ କରାଇଥାଏ। ଟିପିଡବ୍ଲୁଓଡିଏଲ୍ ଇନୋଭେନସନ୍ କାଉନସିଲ ଦ୍ୱାରା ନିର୍ବାଚିତ ଇନୋଭେସନକୁ , ଇନୋଭେସନ କାଉନସିଲ୍ ଚୟନ କରିଥାଏ। ସବୁଠାରୁ ଅଧିକ ସକ୍ଷମ,ସମୟାନୁପଯୋଗୀ ତଥା ବିସ୍ତୀର୍ଣ୍ଣ ପ୍ରଭାବ ବିସ୍ତାର କରିପାରୁଥିବା ଇନୋଭେସନ ପ୍ରୋଯେକ୍ଚଗୁଡିକ ସିଧାସଳଖ ଇନୋଭେସନ କାଉନସିଲ ଦ୍ୱାରା ତତ୍ତ୍ବାବଧାନ କରାଯାଇଥାଏ।