କର୍ପୋରେଟ

ଅନୁଶୀଳନ

ଟିପି ୱେଷ୍ଟର୍ଣ୍ଣ/ ପଶ୍ଚିମ ଓଡିଶା ଡିଷ୍ଟ୍ରିବୁସନ୍ ଲିମିଟେଡ(ଟିପିଡବ୍ଲୁଓଡିଏଲ୍)

ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଏକ ମିଳିତ ଉଦ୍ୟୋଗ ଯେଉଁଠାରେ ମୁଖ୍ୟଭାଗ ସେୟାର ୫୧ ପ୍ରତିଶତ ସହ ଟାଟା ପାୱାର ଅଗ୍ରଣୀ। ୮୮ ଲକ୍ଷବିଶିଷ୍ଟ ଜନସଂଖ୍ୟାକୁ ୨୧ ଲକ୍ଷ କଷ୍ଟମର୍ ବେସ୍/ ଉପଭୋକ୍ତା କେନ୍ଦ୍ର ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ସେବା ଯୋଗାଇ ଆସୁଅଛି। ପଶ୍ଚିମ ଓଡିଶା ଅନ୍ତର୍ଗତ ବରଗଡ, ବଲାଙ୍ଗୀର, ଦେଓଗଡ, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡା, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ ସମେତ ନଅଟି ଜିଲ୍ଲାର ପରିବ୍ୟାପ୍ତ ୪୮,୩୭୩ ବର୍ଗ କିମିର ବିସ୍ତୃତ ଅଂଚଳରେ ଏହା ସେବା ବିତରଣ କରୁଅଛି। ଗ୍ରୀଡକୋ ସହାୟତାରେ ୩୩କେଭିର ପାୱାର ସପ୍ଲାଇକୁ ୩୩କେଭି, ୧୧କେଭି ଓ ଏଲଟି ପରି ବିସ୍ତୃତ ନେଟୱର୍କ ଜରିଆରେ ନିଜର ବିହୀତ ଅଂଚଳମାନଙ୍କରେ ସେବା ଯୋଗାଇ ଆସୁଅଛି। ଭରସାଯୋଗ୍ୟ ଉର୍ଜାର ନିରନ୍ତର ପ୍ରବାହ ତଥା ଗ୍ରାହକମାନଙ୍କ ପାଖରେ ଉପଯୁକ୍ତ ସେବା ଉପଲବ୍ଧ କରାଇବା ନିମନ୍ତେ, ଟିପିଡବ୍ଲୁଓଡିଏଲ୍ ନିଜର ବିତରଣକୁ ୫ଟି ସର୍କଲ ଏବଂ ୧୭ଟି ଡିଭିଜନରେ ବିଭକ୍ତ କରିଛି ଯାହା ନିମ୍ନରେ ପ୍ରଦତ୍ତ। -

  • ବଲାଙ୍ଗୀର, ଟିଟିଲାଗଡ଼, ସୋନପୁରକୁ ନେଇ ବଲାଙ୍ଗୀର ସର୍କଲ୍ ଗଠିତ ହୋଇଛି।
  • ସେହିପରି ସମ୍ବଲପୁର ସର୍କଲ୍ ସମ୍ବଲପୁର, ସମ୍ବଲପୁର(ପୂର୍ବ), ଝାରସୁଗୁଡା, ବ୍ରଜରାଜନଗର ଏବଂ ଦେଓଗଡ ଇଲେକ୍ଟ୍ରିକାଲ ଡିଭିଜନକୁ ନେଇ ଗଠିତ।
  • ବରଗଡ(ପଶ୍ଚିମ), ବରଗଡ ଡିଭିଜନକୁ ନେଇ ବରଗଡ ସର୍କଲ୍ କାର୍ଯ୍ୟ କରୁଅଛି।
  • ରାଉରକେଲା, ରାଉରକେଲା ସଦର , ରାଜଗାଙ୍ଗପୁର ଏବଂ ସୁନ୍ଦରଗଡ ଡିଭିଜନକୁ ନେଇ ରାଉରକେଲା ସର୍କଲ୍ ଗଠିତ ହୋଇଛି।
  • ସେହିପରି କଳାହାଣ୍ଡି ସର୍କଲ୍ କଳାହାଣ୍ଡି ପୂର୍ବ କଳାହାଣ୍ଡି ପଶ୍ଚିମ ଏବଂ ନୂଆପଡା ଇଲେକ୍ଟ୍ରିକାଲ ଡିଭିଜନକୁ ନେଇ ଗଠିତ।

ଓଡିଶାରେ ଟାଟା ପାୱାର, ଚାରୋଟି ଡିଷ୍ଟ୍ରିବୁସନ୍ ଜୋନ୍ ଯଥା ଟିପିଡବ୍ଲୁଓଡିଏଲ୍(ପଶ୍ଚିମ ଓଡିଶା ନିମନ୍ତେ), ଟିପିଏସ୍ଓଡିଏଲ୍ (ଦକ୍ଷିଣ ଓଡିଶା ନିମନ୍ତେ) , ଟିପିସିଓଡିଏଲ୍( ମଧ୍ୟ ଓଡିଶା ନିମନ୍ତେ) , ଟିପିଏନ୍ଓଡିଏଲ୍( ଉତ୍ତର ଓଡିଶା ନିମନ୍ତେ) ସହିତ ଓଡିଶା ସରକାରଙ୍କ ମିଳିତ ଉଦ୍ୟୋଗ। ଏହି ସମସ୍ତ ଡିଷ୍ଟ୍ରିବୁସନ୍ ଜୋନ୍ ର ୫୧% ସେୟାର ସହ ଟାଟା ପାୱାର ଅଗ୍ରଣୀ।

ଭାରତର ୧.୨କୋଟିରୁ ତଦୁର୍ଦ୍ଧ ଗ୍ରାହକମାନଙ୍କୁ(ମୁମ୍ବାଇ, ଦିଲ୍ଲୀ, ଆଜମେର, ସେଣ୍ଟ୍ରାଲ ଓଡିଶା, ୱେଷ୍ଟର୍ଣ୍ଣ ଓଡିଶା, ନର୍ଥ୍ ଓଡିଶା, ସୌଦନ ଓଡିଶା) ନିଜର ଡିଷ୍ଟ୍ରିବୁସନ୍ ନେଟୱର୍କ ଜରିଆରେ ସେବା ଯୋଗାଇ ଆସୁଅଛି।

ଟିପିଡବ୍ଲୁଓଡିଏଲ୍- ଓଡିଶାର ବିଦ୍ୟୁତ୍ ବିତରଣ କମ୍ପାନୀର କିଛି ବିବରଣୀ

  • ୮୮ ଲକ୍ଷ
    ବିଶିଷ୍ଟ ଜନସଂଖ୍ୟା

  • ୨୧ ଲକ୍ଷ
    କଷ୍ଟମର୍ ବେସ୍

  • ୪୮,୩୭୩ ବର୍ଗ
    କିମିର ବିସ୍ତୃତ ଅଂଚଳ

୩୧.୩.୨୦୨୧ ସୁଦ୍ଧା ମୂଲ୍ୟାୟନ
ଟୋଟାଲ ଏନର୍ଜି ଇନପୁଟ୍/ ମୋଟ ଶକ୍ତି ନିବେଶ (ଏମ୍ ୟୁ) ୭୬୨୫
ଏଗ୍ରିଗେଟ/ସମୂଳ ଟେକ୍ନିକାଲ ଆଣ୍ଡ୍ କମର୍ସିଆଲ/ବ୍ୟବସାୟିକ ଲସ୍/କ୍ଷତି(%) ୨୭.୩୩%
୩୩କେଭି ଲାଇନ୍ସ- ୪୯୧୮ ସର୍କେଟ କିମି
୧୧ କେଭି ଲାଇନ୍ସ ୪୬, ୭୬୬ସର୍କେଟ କିମି
ଲୋ ଟେନସନ ଲାଇନ୍ସ ୫୫, ୨୮୬ ସର୍କେଟ କିମି

ଟାଟା ପାୱାର

ଟାଟା ପାୱାର ବୃହତ୍ତମ ଇଣ୍ଟିଗ୍ରେଟେଡ ପାୱାର କଂପାନି ଯାହା ବିଶ୍ୱ ମାନଚିତ୍ରରେ ସ୍ଥାପିତ। ଅନ୍ୟାନ୍ୟ ପାୱାର ସେକ୍ଟର ସେଗମେଣ୍ଟ ଯେପରିକି ଫୁଏଲ୍ ସିକ୍ୟୁରିଟି/ସୁରକ୍ଷା & ଲଜିଷ୍ଟିକସ୍, ଜେନେରେସନ/ଉତ୍ପାଦ( ଥର୍ମାଲ/ତାପଜ, ହାଇଡ୍ରୋ/ଜଳଜ, ସୋଲାର/ସୌର, ୱିଣ୍ଡ/ ବାୟୁ), ଟ୍ରାନ୍ସମିଶନ/ଚଳନ, ଡିଷ୍ଟ୍ରିବୁସନ୍/ବିତରଣ, ଟ୍ରେଡିଂ/ବ୍ୟବସାୟକରଣ କ୍ଷେତ୍ରରେ ଅଗ୍ରଣୀ।

ଜେନେରେସନ/ଉତ୍ପାଦ,ଟ୍ରାନ୍ସମିଶନ/ ଚଳନ, ଡିଷ୍ଟ୍ରିବୁସନ୍/ବିତରଣ କ୍ଷେତ୍ରରେ ଏହା ଏକ ସଫଳମଣ୍ଡିତ ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ ନାମ ଯେପରିକି ଦିଲ୍ଲୀ ବିଦ୍ୟୁତ୍ ବୋର୍ଡ- ନର୍ଥ/ଉତ୍ତର ଦିଲ୍ଲୀରେ ବିତରଣ/ଡିଷ୍ଟ୍ରିବୁସନ୍ ନିମନ୍ତେ,ପାୱାର ଲିଂକ୍ ଟ୍ରାନ୍ସମିସନ ଏଲ୍ ଟି ଡି ସହିତ ପାୱାର ଗ୍ରୀଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଏଲ ଟି ଡି ମିଳିତ ସହଯୋଗରେ ଭୂଟାନର ଟାଲା ହାଇଡ୍ରୋ ପ୍ଲାଣ୍ଟ ରୁ ନିଷ୍କାସିତ, ଦିଲ୍ଲୀ ଏବଂ ମୈଥନ୍ ଏଲ୍ ଟି ଡି ଏବଂ ଦାମୋଦର ଭ୍ୟାଲି କର୍ପୋରେସନ ମିଳିତରୂପେ ଝାଡଖଣ୍ଡଠାରେ ୧୦୫୦ ମେଗାୱାଟ ପାୱାର ବିଶିଷ୍ଟ ପ୍ରୋଯେକ୍ଚ ସ୍ଥାପନ କରୁଛନ୍ତି।ଟାଟା ପାୱାର ଦେଶର ୨୬ ଲକ୍ଷ ବିତରଣକାରୀ(ଦିଲ୍ଲୀ, ମୁମ୍ବାଇ, ଆଜମେର) ସେବା ଯୋଗାଇବା ସହିତ ସୁପର୍- କ୍ରିଟିକାଲ ଟେକ୍ନୋଲୋଜି ଜରିଆରେ ଦେଶର ସର୍ବପ୍ରଥମ ୪୦୦୦ ଅଲଟ୍ରା ମେଗା ପାୱାରପ୍ରକଳ୍ପ/ପ୍ରୋଜେକ୍ଟ ମୁଣ୍ଡ୍ରା(ଗୁଜୁରାଟ) ଠାରେ କାର୍ଯ୍ୟଶୀଳ ରହିଛି। ଟାଟା ପାୱାର ଏକ ଡିଷ୍ଟ୍ରିବୁସନ୍ ଫ୍ରାଞ୍ଚାଇଜ୍ ଏଗ୍ରିମେଣ୍ଟ (ଡିଏଫ୍ଏ) ର ଚୁକ୍ତି ଆଜମେର ବିଦ୍ୟୁତ୍ ବିତରଣ ନିଗମ ଲିମିଟେଡ(ଏଭିଏନ୍ଏଲ୍) ସହ ସାକ୍ଷର କରିବା ସହିତ ଏକ ସ୍ପେସିଆଲ ପରପୋଜ୍ ଭେଇକିଲ୍(ଏସପିଭି) ଜରିଆରେ ଟିପି ଆଜମେର୍ ଡିଷ୍ଟ୍ରିବୁସନ୍ ଲିମିଟେଡ(ଟିପିଏଡିଏଲ୍) ସଂଯୋଜିତ ଗ୍ରାହକମାନଙ୍କୁ ଦୀର୍ଘ ୨୦ ବର୍ଷ ଧରି ସେବା ବିତରଣ କରୁଅଛି। ମୁମ୍ବାଇ, ଆଜମେର, ଦିଲ୍ଲୀ ସମେତ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଦୀର୍ଘ ୧୯ ବର୍ଷ ଧରି ଦିଲ୍ଲୀରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଯେଉଁଠି ୨୦୦୨ ମସିହାର କ୍ଷତିର ହାର ୫୩% କୁ ୨୦୨୧ରେ ହାରାହାରି ୭.୨୬% କୁ ହ୍ରାସ ଘଟାଇଛି। କ୍ଷତିର ପରିମାଣକୁ ହ୍ରାସ କରିବା ସହିତ ଗ୍ରାହକସେବାର ଅଭିବ୍ରୁଦ୍ଧି ପାଇଁ ୱାନ୍ ଷ୍ଟପ୍ ସମାଧାନ, ରାଜ୍ୟଉପଯୋଗୀ ଭାଷାକଳା ଯୁକ୍ତ କଲ୍ ସେଣ୍ଟର ଯୋଗେ ଉପଯୁକ୍ତ ଯୋଗାଯୋଗ ରକ୍ଷାକରି ଉପଭୋକ୍ତା କୈନ୍ଦ୍ରିକ ସେବା ଯୋଗାଇ ଆସୁଅଛି।