କାର୍ଯ୍ୟ କ୍ଷେତ୍ରରେ କର୍ମଚାରୀମାନଙ୍କ ସୁରକ୍ଷା ନିମିତ୍ତ ଟିପିଡବ୍ଲୁଓଡିଏଲ୍ ଏକ ସୁରକ୍ଷା ଖସଡା ପ୍ରସ୍ତୁତ କରିଛି ଯାହା କର୍ମଚାରୀମାନଙ୍କ ଆବଶ୍ୟକତାକୁ ପୂରଣ କରିବା ସହିତ କର୍ମକ୍ଷେତ୍ରକୁ ବିପଦମୁକ୍ତ କରିଛି କାର୍ଯ୍ୟଧାରାକୁସରଳକରିଛିଏବଂ କର୍ମଚାରୀମାନଙ୍କ ଶାରୀରିକ, ମାନସିକ ଏବଂ ସାମାଜିକ ସ୍ତରରେ ସର୍ବୋତ୍ତମ ବିକାଶ ପାଇଁ ତତ୍ପର ରହିଅଛି।
ଟିପିଡବ୍ଲୁଓଡିଏଲ୍ ପେସାଦାରୀସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଗାଇଡଲାଇନର ଏକ ଅନୁଶୀଳନ
- ଟିପିଡବ୍ଲୁଓଡିଏଲ୍ ସେଫଟି ପଲିସିକୁ ସମସ୍ତସେକ୍ସନ/ ସବଡିଭିଜନ/ଡିଭିଜନଏବଂସର୍କଲ ଅଫିସରେ ବିତରଣ କରାଯାଇଛି ।
- ପ୍ରତ୍ୟେକ ମାସରେ ବିକଶିତ ନିରାପତ୍ତା ଖସଡା ଏବଂ ବାର୍ଷିକ ସୁରକ୍ଷା ଯୋଜନାର ତଦାରଖ କରାଯାଏ।
- ପ୍ରତ୍ୟେକ ଅନୁଲମ୍ବନନୀୟ ସୁରକ୍ଷାଭ୍ୟାସ ଗୁଡିକ ଯେପରିକି ସୁରକ୍ଷାଶପଥ ଏବଂଦୈନିକ ଟୁଲବକ୍ସ ବାର୍ତ୍ତାଳାପ ଟିପିଡବ୍ଲୁଓଡିଏଲ୍ କାର୍ଯ୍ୟକ୍ଷେତ୍ରରେ ପାଳନ କରାଯାଏ।
- ସମସ୍ତ ସେକ୍ସନ/ସବଡିଭିଜନ/ଡିଭିଜନ ଏବଂ ସର୍କଲମାନଙ୍କରେ ସେଫଟିପୋଷ୍ଟର ଏବଂ ପିପିଇ ମ୍ୟାଟ୍ରିକ୍ସ ବଣ୍ଟନ କରାଯାଇଛି।
- ପିପିଇ ଏବଂ ସେଫଟି ମ୍ୟାଟେରିଆଲ ଗୁଡିକ ଟିପିଡବ୍ଲୁଓଡିଏଲ୍ ର ସମସ୍ତ କର୍ମଚାରୀମାନଙ୍କୁ ବଣ୍ଟନ କରାଯାଇଛି।
- ସମସ୍ତ କର୍ମଚାରୀ ଏବଂ ବାହ୍ୟଗତ କର୍ମଚାରୀମାନଙ୍କୁ ଓ ଆଣ୍ଡ ଏମ୍ କାର୍ଯ୍ୟକ୍ରମ ଜରିଆରେ ନିରାପତ୍ତା ପାରିବାରିକତାର ସୂଚନା ପ୍ରଦାନ କରାଯାଉଛି।
- ନୂତନ କର୍ମଚାରୀମାନଙ୍କ ନିମନ୍ତେ ବିଶେଷ ସୁରକ୍ଷା ବ୍ୟବସ୍ଥା ଆୟୋଜନ କରିବା ସହିତ କାର୍ଯ୍ୟଧାରା ଅନୁରୂପ ସୁରକ୍ଷାକୌଶଳର ତାଲିମ ପ୍ରଦାନ କରାଯାଉଛି।
- ଓ ଆଣ୍ଡ ଏମ୍ ଏବଂ ପ୍ରକଳ୍ପ ଜନିତ କାର୍ଯ୍ୟଧାରା ନିମନ୍ତେ କଂଟ୍ରାକ୍ଟର ସେଫଟି ମ୍ୟାନେଜମେଣ୍ଟ ପ୍ରୋଗ୍ରାମର ବ୍ୟବସ୍ଥା କରାଯାଇଛି।
- ସମସ୍ତ ସ୍ଥାନୀୟ ଭାଷାରେ ସୁରକ୍ଷା ପୁସ୍ତିକାର ଉନ୍ମୋଚନ କରାଯାଇ ସେକ୍ସନ/ ସବଡିଭିଜନ/ ଡିଭିଜନର ଫିଲ୍ଡଷ୍ଚାଫମାନଙ୍କୁ ବଂଟନ କରାଯାଇଛି।
- ସମସ୍ତ ସାର୍କଲ ଗୁଡିକରେ ୱାଟ୍ସଆପ ସେଫଟିଗ୍ରୁପ ଜରିଆରେ ନିୟମିତଭାବରେ ସୁରକ୍ଷା ତଥ୍ୟ ପ୍ରଦାନ କରିବା ସହିତ ଏକ ନିରାପତ୍ତାମୟ ସଂସ୍କୃତିର ଅଭ୍ୟୁଦୟ ହୋଇଛି।
- ଡିଭିଜନଗୁଡିକରେ ପ୍ରତ୍ୟେକ ମାସରେ ନିରାପତ୍ତାକୁ ସୁଦୃଢ଼ ନିମିତ୍ତ ବୈଠକ ଆୟୋଜିତ ହେବାସହ ନିରାପତ୍ତାଖସଡାକୁ ବିକଶିତ କରାଯାଉଛି।
- ଅନଲାଇନ ଯୋଗେ ନିରାପତ୍ତାକୁ ତଦାରଖ କରିବା ପାଇଁ ସୁରକ୍ଷା ପୋର୍ଟାଲର ବ୍ୟବସ୍ଥା କରାଯାଇଛି।
- କାର୍ଯ୍ୟମୁଖ୍ୟଙ୍କ ଦ୍ୱାରା ଏଚଭିସିଟି ଅଡିଟର ବ୍ୟବସ୍ଥା କରାଯାଇଛି।
- ଜ୍ଞାନକୋଷର ସୁରକ୍ଷା ପରିଛେଦ ସହାୟତାରେ କର୍ମଚାରୀମାନଙ୍କୁ ସୁରକ୍ଷା ଜନିତ ପଦକ୍ଷେପଗୁଡିକ ସଫଳତାର ସହିତ ଆଗଭର ରହିଛି।
- ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ନେତୃତ୍ବତାର ତାଲିମ ଶିବିର ଆୟୋଜନ କରାଯାଉଛି।
- ଏକ ସ୍ଥୀରକୃତ ପ୍ରଣାଳୀ ମାଧ୍ୟମରେ ବିହୀତ ସ୍ଥାନରେ ସୁରକ୍ଷା କାର୍ଯ୍ୟଧାରାରେ ଅନୁଭୂତ ବ୍ୟତିକ୍ରମକୁ ଏଫଆଇଆରଫର୍ମାଟରେ ରିପୋର୍ଟ କରାଯାଏ ଏବଂ ଦୈନିକ ଘଟଣାବଳୀର ରିପୋର୍ଟ କର୍ପୋରେଟ ସେଫଟିସେଲରୁ ରିଲିଜ କରାଯାଇଥାଏ।
- ସମସ୍ତ ଘଟଣାବଳୀର ତନାଘନା କରାଯାଏ ଏବଂ ପ୍ରାପ୍ତ ଅନୁଭୂତିକୁ ପ୍ରସାରଣ କରାଯାଏ।
- ମାସିକ ଏମଆଇଏସ ସୁରକ୍ଷା ଏବଂ ଏସପି ତଦାରଖ କରାଯାଏ।
- ସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଯଥା ଜାତୀୟ ସୁରକ୍ଷା ଏବଂ ବିଦ୍ୟୁତ ସୁରକ୍ଷା ସପ୍ତାହ ଆୟୋଜନ କରାଯାଏ।
- ପ୍ରତ୍ୟେକ ସେକ୍ସନରେ ସେଫଟିମାର୍ଶାଲ ଯୋଗେ ସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଗୁଡିକ ତଦାରଖ କରାଯାଏ।
- ତାଲିମପ୍ରାପ୍ତ ସେଫଟି ମାର୍ଶଲଙ୍କ ତାଲିମଯୋଗେ ଫିଲଡ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଏ ଏବଂ ପ୍ରତ୍ୟେକ ସେକ୍ସନରେ ସୁରକ୍ଷାଶପଥ ଦୈନିକପାଠ କରାଯାଏ।
- ସବଡିଭିଜନ ଏବଂ ସର୍କଲସ୍ତରରେ ନୋଡାଲ ସୁରକ୍ଷା ଅଧିକାରୀମାନଙ୍କୁ ଚିହ୍ନଟ କରାଯାଏ ଏବଂ ସେମାନେ ନିଜ ସ୍ବକର୍ମ ଏବଂ କର୍ତ୍ତବ୍ଯ ସଂପାଦନ କରିଥାନ୍ତି।
- ସୁରକ୍ଷିତ କାର୍ଯ୍ୟଧାରା ନିମନ୍ତେ ବିଏ ଏବଂ ଟିପିଡବ୍ଲୁଓଡିଏଲ୍ ର ଫିଲଡଷ୍ଟାଫ ସୁରକ୍ଷା ପ୍ରତିବନ୍ଧତାକୁ ଗ୍ରହଣ କରିଥାନ୍ତି।
- ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେସପୋଷ୍ଚର, ପିଏ ସିଷ୍ଟମର ଘୋଷଣା, ସୁରକ୍ଷାରାଲି, ଖବରକାଗଜ ନିବନ୍ଧ, ୱାଟ୍ସଆପ୍ ଏବଂ ଟ୍ୱିଟର ମାଧ୍ଯମରେ ଜିଂଗିଲ ଏବଂ ଭିଡିଓପ୍ରସାରଣ, ମୋବାଇଲଭ୍ୟାନ ନିୟୋଜନ,ଡିଟିଆରର ପ୍ରଚାର, ସାଗିଂ ଲାଇନର ଉଚ୍ଚତାବ୍ରୁଦ୍ଧି ଆଦି ବିବିଧ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟୁତ ନିରାପତ୍ତା ପାଇଁ ଜନସଚେତନତା ସ୍ରୁଷ୍ଟି କରାଯାଉଛି।
- ସର୍କଲ ସ୍ତରରେ ସୁରକ୍ଷା ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଉଛି।
- ଅସୁରକ୍ଷିତ ପର୍ଯାୟ ଏବଂ ଏହାର ଅଭିଯୋଗମାନ ଏକ ସ୍ଥିରୀକୃତ ପ୍ରଣାଳୀରେ ନିୟନ୍ତ୍ରିତ ହୋଇଥାଏ।