ଶକ୍ତିସଂରକ୍ଷଣ

ସମୀକ୍ଷା

ଟିପି-ପଶ୍ଚିମ ଓଡିଶା ବିତରଣ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍ )

ଆସନ୍ତାକାଲି ପାଇଁ ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ବିଶ୍ୱାସ କରେ |

ଆପଣ ଜାଣନ୍ତି କି ?

ଯଦି ଆମେ ସମସ୍ତେ ଆମର ଶକ୍ତି ବ୍ୟବହାରକୁ ହ୍ରାସ କରିବା ପାଇଁ କିଛି ସରଳ ପଦକ୍ଷେପ ଗ୍ରହଣ କରୁ, ତେବେ ଆମର ଭବିଷ୍ୟତକୁ ସୁରକ୍ଷିତ କରିବାରେ ଆମେ ବହୁ ଦୂର ଯାଇପାରିବା |

ଆପଣଙ୍କ ଘର ପାଇଁ ବିଦ୍ୟୁତ୍ ସଞ୍ଚୟ ଟିପ୍ସ ଠାରୁ ଆରମ୍ଭ କରି ଶିଳ୍ପ ପାଇଁ ବିଦ୍ୟୁତ୍ ସଞ୍ଚୟ ଟିପ୍ସ ପର୍ଯ୍ୟନ୍ତ ଏଠାରେ କିଛି ସହଜ ଶକ୍ତି ସଞ୍ଚୟ ଟିପ୍ସ ଅଛି ଯାହାକୁ ଆପଣ ମାସିକ ଶକ୍ତି ଖର୍ଚ୍ଚ ହ୍ରାସ କରିବା ଏବଂ ବିଶ୍ୱ ତାପମାତ୍ରା ହ୍ରାସ କରିବାରେ ସାହାଯ୍ୟ କରିପାରିବେ |

energy_icon

ଶକ୍ତି ସଞ୍ଚୟ ଟିପ୍ସ

ଘରେ କିପରି ବିଜୁଳି ଶକ୍ତି ବଂଚାଇବା

image
Lighting
  • ସହଜ ଉପାୟରେ ବିଜୁଳି ବଂଚାଇବା ପାଇଁ ଅନାବଶ୍ୟକ ସମୟରେ ଅଦରକାରୀ ଆଲୋକ ବତୀଗୁଡିକୁ ବଂଦ ରଖିବା।
  • ଟୁ୍ବ ଲାଇଟ୍ କିମ୍ବା ଏଲ୍ଇଡି ବ୍ୟବହାର କରିବା ଦ୍ୱାରା ୭୫% ଆଲୋକ ବିକିରଣ କମ ହେବା ସହିତ ବିଜୁଳି ବଂଚିତ ହୋଇଥାଏ।
  • ଟ୍ୟୁବଲାଇଟ୍ କିମ୍ବା ବଲବ ଗୁଡିକୁ ନିୟମିତ ବ୍ୟବଧାନରେ ପରିଷ୍କାର କରନ୍ତୁ ଯାହାକି ଧୂଳିକଣା ଦ୍ୱାରା ୫୦ ପ୍ରତିଶତ ସଂଗ୍ରୁହୀତ ବିକିରଣକୁ ବଂଚାଇ ପାରିବ।
  • ଅଧିକ ୱେଟେଜ୍ ଯୁକ୍ତ ଲ୍ୟାମ୍ପ ଦ୍ୱାରା ସଂପୂର୍ଣ୍ଣ କକ୍ଷକୁ ଆଲୋକିତ କରିବା ଅପେକ୍ଷା ଫୋକସ୍ ଯୁକ୍ତ ଆଲୋକ ବ୍ୟବହାର କରି କାର୍ଯ୍ୟ ସଂପାଦନ କରନ୍ତୁ।
  • ପ୍ରାକୃତିକ ସୂର୍ଯ୍ୟକିରଣକୁ ଯଥାସମ୍ଭବ ଆପଣାନ୍ତୁ।
  • ୫ ଷ୍ଟାରବିଶିଷ୍ଟ ବିଇଇ ସାର୍ଟିଫିକେଟ ପ୍ରାପ୍ତ ଉପକରଣ କିଣନ୍ତୁ।
  • ଏସି ଚାଲିଥିବାବେଳେ ଝରକା, କବାଟ ସଂପୂର୍ଣ୍ଣ ବଂଦ ରଖନ୍ତୁ ଏବଂ ସ୍ୱାଛନ୍ଦ୍ୟରେ ୨୫ ଡିଗ୍ରୀ ସେଲ୍ସିୟସର ତାପମାନ ଉପଭୋଗ କରନ୍ତୁ।
  • ଫ୍ରିଜରେ ଗରମ୍ ଖାଦ୍ୟ ରଖନ୍ତୁ ନାହିଁ, ଯଥାସମ୍ଭବ ଫ୍ରିଜକୁ ବାରମ୍ବାର ଖୋଲିବା କମ୍ କରନ୍ତୁ।
  • ପାଣି ଉଠାଇବା ପାଇଁ ଶକ୍ତି କୁଶଳୀଯୁକ୍ତ ମୋଟର ଓ ପଂପ୍ ବ୍ୟବହାର କରନ୍ତୁ।
  • ଟିଭି ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ସାମଗ୍ରୀଗୁଡ଼ିକୁ କେବଳ ରିମୋଟ ଦ୍ୱାରା ବଂଦ କରିବା ଦ୍ୱାରା ସେଗୁଡିକ ବିଦ୍ୟୁତ୍ ବ୍ୟବହାର କରିଥାଏ। ଅତଏବ, ସେଗୁଡିକୁ ଉତ୍ପତ୍ତି ସ୍ଥଳରୁ ବଂଦକରିବା ଆବଶ୍ୟକ।
  • ୱାଟର ହିଟରର ଟେମ୍ପରେଚର୍ ୬୦ ରୁ ୫୦ ଡିଗ୍ରୀକୁ ହ୍ରାସ କରିବା ଦ୍ୱାରା ସେହି ସମୟରେ ବ୍ୟବହ୍ରୁତ ବିଦ୍ୟୁତ୍ ୧୮ ପ୍ରତିଶତ କମ୍ ହୋଇଥାଏ।
image
ଘରୋଇ ଉପକରଣ ଏସି (ଏୟାର କଣ୍ଡିସନର ), ୱାଟର ହିଟର, ରେଫ୍ରିଜରେଟର
image
ଇଣ୍ଡଷ୍ଟ୍ରିଗୁଡିକ ସକାଶେ ବିଜୁଳି ସଂରକ୍ଷଣର ଅତିରିକ୍ତ ଟିପ୍ପଣୀ :
  • କାପାସିଟର୍ ବ୍ୟାଙ୍କର ବ୍ୟବହାର ଚାହିଦା ହ୍ରାସ ଏବଂ ପାୱାର ଫ୍ୟାକ୍ଟର ବ୍ରୁଦ୍ଧି ଘଟାଇଥାଏ।
  • ସର୍ବୋଚ୍ଚ ସୀମାଯୁକ୍ତ ଡିମାଣ୍ଡ କଂଟ୍ରୋଲର ବ୍ୟବହାର କରନ୍ତୁ।
  • ଫାଇବର ସେଲିଂର ବ୍ୟବହାର ଦ୍ୱାରା ସୂର୍ଯାଲୋକର ଚଳପ୍ରଚଳ ହୋଇଥାଏ ଏବଂ ଲ୍ୟାମ୍ପର ବ୍ୟବହାର ହ୍ରାସ ଘଟିଥାଏ।
  • ବାହ୍ୟ ଆଲୋକୀକରଣ ନିମନ୍ତେ ସୋଡିୟମ ଭେପର୍ ଲ୍ୟାମ୍ପ ପରିବର୍ତ୍ତେ ଧାତୁଯୁକ୍ତ ହାଲାଇଡସ୍ ବ୍ୟବହାର କରନ୍ତୁ।
  • ଲୁବ୍ରିକେସନ୍ ପଦ୍ଧତିରେ ବଲ୍ ବିୟରିଂର ଶକ୍ତି ଅପଚୟ କମ୍ କରନ୍ତୁ।
  • ଶକ୍ତିକୁଶଳୀ ଯୁକ୍ତ ମୋଟର୍ ବ୍ୟବହାର କରନ୍ତୁ।
  • ନିଜର ଏନର୍ଜି ଅଡିଟ୍/ସର୍ବେକ୍ଷଣ କରନ୍ତୁ ଏବଂ ତଦନୁଯାଇ ଶକ୍ତି ଅପଚୟ ହ୍ରାସର ପରାମର୍ଶ ଗ୍ରହଣ କରନ୍ତୁ।