ନିରନ୍ତରତା

ସାମାଜିକପଦକ୍ଷେପ

ଟିପିଡବ୍ଲୁଓଡିଏଲ୍ ସେବା ବିତରଣ କରୁଥିବା ସ୍ଥାନର ଅଧିବାସୀ ଏବଂ କମ୍ୟୁନିଟିର ସର୍ବାଙ୍ଗ ଉନ୍ନତି ସହିତ ଏକ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ବିବିଧ ସାମାଜିକ ପଦକ୍ଷେପ ନେଇଥାଏ।

ଟିପିଡବ୍ଲୁଓଡିଏଲ୍ ର ସାମାଜିକ ପଦକ୍ଷେପ ଗୁଡିକ ମୁଖ୍ୟତଃ ସ୍ୱାସ୍ଥ୍ୟସେବା ଓ ସଚେତନତା ଯେପରିକି ଜରୁରୀ ମେଡିସିନ୍ ଉପଲବ୍ଧ କରାଇବା, ଆର୍ଥିକ ଅଧିବେଶନଏବଂସରକାରୀ ସାହାଯ୍ୟଗୁଡିକୁ ପ୍ରଯୁଜ୍ୟ ଲୋକାଭିମୁଖୀ କରାଇବା ଏବଂ ଏତତ୍ ସହିତ ଚଳିତ କୋଭିଡ-୧୯ ସମୟରେ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଆସିଅଛି।କର୍ମଚାରୀମାନଙ୍କର ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଶିକ୍ଷାନୁଷ୍ଠାନଗୁଡିକର ସ୍ୱଛତା ଏବଂଇନଫ୍ରାଷ୍ଟ୍ରକଚର୍ ର୍ନିର୍ମାଣ ପରି ଶିକ୍ଷାକ୍ଷେତ୍ରରେ ନିଜର ସହାୟତା ପ୍ରଦାନ କରୁଅଛି।

ଟିପିଡବ୍ଲୁଓଡିଏଲ୍ ସାମାଜିକ ପଦକ୍ଷେପର କିଛି ଝଲକ

  • ସ୍ୱାସ୍ଥ୍ୟ
  • ଆର୍ଥିକ ଅନ୍ତର୍ଭୁକ୍ତୀକରଣ
  • ଶିକ୍ଷାଗତ ପଦକ୍ଷେପ
  • କର୍ମଚାରୀ ସ୍ୱେଚ୍ଛାସେବୀ

ମୋବାଇଲ ହେଲଥ୍ ଡିସପେନସାରୀ

ହିତାଧିକାରୀ-ବୟସ୍କ, ମହିଳା, ଶିଶୁ

ମୋବାଇଲ ହେଲଥ୍ ଡିସପେନସାରୀ/ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଯାହାକି ଟିପିଡବ୍ଲୁଓଡିଏଲ୍ ର କର୍ପୋରେଟ ସୋସିଆଲ ରେସପନସିବିଲିଟି ର ଅନ୍ତର୍ଭୁକ୍ତ୫ ଜାନୁଆରୀ ୨୦୨୨ ରେ ଭବାନିପାଟଣା, କଳାହାଣ୍ଡି ଜିଲ୍ଲାରେ ଶୁଭାରମ୍ଭ ହୋଇଛି।

ଟିପିଡବ୍ଲୁଓଡିଏଲ୍କଳାହାଣ୍ଡିଜିଲ୍ଲାରଅପହଞ୍ଚଗ୍ରାମମାନଙ୍କରେଜରୁରୀସ୍ୱାସ୍ଥ୍ୟସେବାଯୋଗାଇଆସୁଅଛି।ଏମବିବିଏସଡାକ୍ତର, ଫାର୍ମାସିଷ୍ଟ, ମହିଳା ସହଯୋଗୀ ଏବଂ ଗାଡିଚାଳକ ପ୍ରତି ଏକକ ସରକାରୀ ଏବଂ ଜାତୀୟ ଛୁଟିଦିବସକୁ ବାଦ୍ ଦେଇ ସାପ୍ତାହିକ ଛଅଦିନ ମୋବାଇଲ ହେଲଥ୍ ଡିସପେନସାରୀ/ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବାରେ କାର୍ଯ୍ୟରତ ରହିଥାନ୍ତି।୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ୩୨ଟିଜିଲ୍ଲାରେ ପୁନଃକ୍ରମରେ ସେବା ଯୋଗାଇପାରିଛି।ବୟସ୍କ, ମହିଳା, ଶିଶୁମାନଙ୍କ ନିମନ୍ତେ ଏହି ଅଭିଯାନ ଫଳପ୍ରଦ ହୋଇପାରିଛି।ସ୍ଥାନୀୟ କମ୍ୟୁନିଟି ଦ୍ୱାରା ମଧ୍ୟ ଏହାଲଆଦ୍ରୁତ ହୋଇପାରିଛି।

କୋଭିଡ-୧୯ପ୍ରତିକ୍ରିୟା

ହିତାଧିକାରୀ-ଚୟନ କରାଯାଇଥିବା ଓଡିଶାର ହସପିଟାଲ ସମୂହ।

କୋଭିଡ-୧୯ ଚାଲିଥିବା ସମୟରେ ଜନସ୍ୱାସ୍ଥ୍ୟସେବା ନିମନ୍ତେ ସମ୍ବଲପୁର,ଝାରସୁଗୁଡା, ବରଗଡ,ସୁନ୍ଦରଗଡ,ସୁବର୍ଣ୍ଣପୁର ଏବଂ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ୨ଟିଅକ୍ସିଜେନ କଂସେନଟ୍ରେଟର ୫ଏଲପିଏମ କ୍ଷମତା ବିଶିଷ୍ଟ ପ୍ରତ୍ୟେକକୁ ଟିପିଡବ୍ଲୁଓଡିଏଲ୍ ତରଫରୁ ସହାୟତା ପ୍ରଦାନ କରାଯାଇଥିଲା। ଏହି ବିତରଣ ଦୁଇଟି ପର୍ଯାୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରର ରେଭିନ୍ୟୁ ଡିଭିଜନାଲ୍ କମିଶନର୍ ଅଫିସଠାରେ ତା ୬ଜୁଲାଇ୨୦୨୧ ରିଖରେ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ସମ୍ବଲପୁର, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସୁବର୍ଣ୍ଣପୁରର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟର ସିଡିଏମଓ ସମେତ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଆମନ୍ତ୍ରିତ କରାଯାଇ ଅକ୍ସିଜେନ୍ କଂସେନଟ୍ରେଟରର ରିସିପ୍ଟ/ଦଲିଲ୍ ପ୍ରକାଶ କରାଯାଇଥିଲା। ଏତତ୍ ସହିତ ୧୦୦୦ଏନ୍-୯୫ ମାସ୍କ ସମ୍ବଲପୁରର ଜିଲ୍ଲା ଚିକିତ୍ସାଳୟକୁ ପ୍ରଦାନ କରାଯାଇଥିଲା। ଟିପିଡବ୍ଲୁଓଡିଏଲ୍ ର ସିଇଓ ଗଜାନନ କାଲେ କାର୍ଯ୍ୟକ୍ରମର ସମାପନ ଘୋଷଣା କରିବା ସହିତ ଟିପିଡବ୍ଲୁଓଡିଏଲ୍ ର କର୍ପୋରେଟ ସୋସିଆଲ ରେସପନସିବିଲିଟି ସମ୍ବନ୍ଧରେ ମିଡିଆକୁ ବାର୍ତ୍ତା ଦେଇଥିଲେ।ଦ୍ୱିତୀୟ ପର୍ଯାୟରେ କଳାହାଣ୍ଡି ଜିଲ୍ଲା ଚିକିତ୍ସାଳୟରେ କଳାହାଣ୍ଡି ସିଡିଏମଓ ଏବଂ ଟିପିଡବ୍ଲୁଓଡିଏଲ୍ ର ଅପରେସନ ମୁଖ୍ୟ ସୁମିତ ଘୋଷ୍ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଟାଟାସନ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ଟିପିଡବ୍ଲୁଓଡିଏଲ ସମର୍ଥନ କରାଯାଇଥିଲା ଯାହାକି ଭାରତରେ ଟାଟା ପାୱାର କୋଭିଡ-୧୯ ବିରୋଧୀ କାର୍ଯ୍ୟକ୍ରମର ଅଂଶବିଶେଷ ଥିଲା।

  • କୋଭିଡ ଡିଷ୍ଟ୍ରିବୁସନ୍ ଆରଡିସି, ସମ୍ବଲପୁର

  • ସିଇଓଙ୍କର ସିଏସଆର୍ ଶୁଭାରମ୍ଭରବାର୍ତ୍ତା

  • କୋଭିଡ ବିତରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଳାହାଣ୍ଡି

  • ସାମାଜିକ ପଦକ୍ଷେପ ଗୁଡ଼ିକର ମିଡିଆ ଦ୍ୱାରା ପରିବେଷଣ।

  • ବିତ୍ତୀୟ ଅଧିବେଶନ ଅଧିକାର

ଅଧିକାର

ହିତାଧିକାରୀ-ସ୍ୱଳ୍ପ ଉପାର୍ଜନକାରୀ ଗୃପ୍

ଟିପିଡବ୍ଲୁଓଡିଏଲ୍ ତରଫରୁ କାର୍ଯ୍ୟକ୍ଷମ ସମସ୍ତ ସାମାଜିକ ପଦକ୍ଷେପ ଗୁଡ଼ିକ ମଧ୍ୟରେ‘ଅଧିକାର'ଟାଟା ପାୱାରର ସର୍ବୋତ୍ତମ ପଦକ୍ଷେପ ଯାହାର ପ୍ରଧାନ ଲକ୍ଷ୍ୟ ହେଉଛି ବିତ୍ତୀୟ ଅଧିବେଶନ ଏବଂ ସରକାରୀ ସୁବିଧାଗୁଡିକୁ ଉପଲବ୍ଧ କରାଇବା।ଏହି ପଦକ୍ଷେପ ଟି ହକଦାର୍ଶକ ସହିତ ସହଭାଗୀତାରେ କାର୍ଯ୍ୟକାରୀ ହୋଇଥାଏ ଯାହା ସହଭାଗୀତା ସଂଯୋଗ କରିଥାଏ।ଏହି ପ୍ରକ୍ରିୟା ଦ୍ୱାରା ୧୫ଟି ରାଜ୍ୟର ହିତାଧିକାରୀ ଲାଭବାନ ହେବା ସହିତ କେନ୍ଦ୍ରସରକାରଙ୍କ ଯୋଜନା ଅନ୍ତର୍ଗତ ୨୦୦୦ ଲୋକସଂଖ୍ୟା ବିଶିଷ୍ଟ ଏଫୱାଇ ୨୨ ଏବଂ ଗ୍ରାମୀଣ ଉଦ୍ୟୋଗପତି ଯେଉଁମାନେ ‘ଅଧିକାରମିତ୍ର' ନାମରେ ଜଣାଶୁଣା ସେମାନେ ଏହି ପ୍ରକ୍ରିୟା ଚୂଡାନ୍ତ ପର୍ଯାୟ ଯାଏଁ କାର୍ଯ୍ୟକାରିତା ପ୍ରତିପାଦନ କରିଥାନ୍ତି।

ମୋସ୍କୁଲ

ହିତାଧିକାରୀ-ସରକାରୀ ଅନୁଷ୍ଠାନ ଏବଂ ବିଦ୍ୟାଳୟ

ଟିପିଡବ୍ଲୁଓଡିଏଲ୍ ଭିତ୍ତୀୟ ନିର୍ମାଣ ସହିତ କଳାହାଣ୍ଡି ଜିଲ୍ଲାର ୪ଟି ସରକାରୀ ବିଦ୍ୟାଳୟର ମରାମତି ନିମନ୍ତେ ସହାୟତା ପ୍ରଦାନ କରିଅଛି।ଏହି ପ୍ରକ୍ରିୟାଟି ମୋସ୍କୁଲର ଆକାଉଣ୍ଟକୁ ବିତ୍ତୀୟରାଶି ପ୍ରଦାନ କରି କାର୍ଯ୍ୟକାରୀ ହୋଇଥାଏ।

ଗାନ୍ଧୀଜୟନ୍ତୀରେ ସ୍ୱଚ୍ଛତା ଅଭିଯାନ

ହିତାଧିକାରୀ-ସ୍ଥାନୀୟ ବାସିନ୍ଦା

ଗାନ୍ଧୀଜୟନ୍ତୀ ଅବସରରେ(୨ଅକ୍ଟୋବର୨୦୨୧) ଟିପିଡବ୍ଲୁଓଡିଏଲ୍ ସିଏସଆର୍ ଟିମ୍, ଜିରୋ ପଏଣ୍ଟ ହିରାକୁଦ ବୁର୍ଲାର ଏକ ପିକନିକ ସ୍ପଟରେ ସ୍ୱଛତା କାର୍ଯ୍ୟକ୍ରମ ଜରିଆରେ ଅତିଥି ଅଭ୍ୟାଗତ ସ୍ଥାନମାନଙ୍କୁ ସୁନ୍ଦର ଏବଂ ପରିମଳ ରଖିବା ନିମନ୍ତେ ଆହ୍ବାନ ଦେଇଥିଲେ।

ଟିପିଡବ୍ଲୁଓଡିଏଲର ବିଭିନ୍ନ ବିଭାଗରୁ ମୋଟ ୩୮ ଜଣ ଏହି ସ୍ୱଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଆନୁମାନିକ ୧୭୫ କିଲୋ ଆବର୍ଜନା ସଂଗ୍ରହ କରାଯାଇ ନିଷ୍କାସିତ କରାଯାଇଥିଲା।

ଭବାନୀପାଟଣାରେ ରକ୍ତଦାନ ଶିବିର

ହିତାଧିକାରୀ:
ସ୍ଥାନୀୟ ସମ୍ପ୍ରଦାୟ

୧୪ଜାନୁଆରୀ୨୦୨୨ରିଖ ଡିଏଚଏଚ ଭବାନୀପାଟଣାଠାରେ ଏକ ସ୍ବେଛାସେବୀ ରକ୍ତଦାନଶିବିର ଆୟୋଜନ କରାଯାଇ ୫୨ୟୁନିଟ ରକ୍ତ ଟିପିଡବ୍ଲୁଓଡିଏଲ କର୍ମଚାରୀମାନଙ୍କ ଦ୍ୱାରା ସଂଗ୍ରହ କରାଯାଇଥିଲା।

ସାମାଜିକ ପଦକ୍ଷେପ ଗୁଡ଼ିକର
ମିଡିଆ ଦ୍ୱାରା ପରିବେଷଣ